ଖବର, ୧୯-ମଇ-୨୦୨୪, ରବିବାର*
➡️୧-ଆଜି ସଂଧ୍ୟାରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ଏକ ସମୀକ୍ଷା ବୈଠକରେ ଯୋଗଦେବେ। ଭୁବନେଶ୍ବରରେ କରିବେ ରାତ୍ରୀଯାପନ। କାଲି ପୁରୀରେ କରିବେ ରୋଡ୍ ସୋ ।
➡️୨-ଆଜି କେନ୍ଦୁଝର ଜିଲ୍ଲାର ୨ଟି ନିର୍ବାଚନମଣ୍ଡଳିକୁ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସିଲିସୁଆଁ ଏବଂ ହାଟଡିହି ରେ ଜନତାଙ୍କୁ ଦେବେ ଉଦବୋଧନ l
➡️୩-ତୃତୀୟ ପର୍ଯ୍ୟାୟ ନିର୍ବାଚନ ବେଳେ ଘନେଇଲା ବାତ୍ୟା ଆଶଙ୍କା । ମେ’ ୨୨ରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ନେଇ ପାଣିପାଗ ବିଭାଗ କଲା ଆକଳନ ।
➡️୪-ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଓଡ଼ିଶା ଗସ୍ତ । ରେଢାଖୋଲ, ଖୋର୍ଦ୍ଧା ଓ କେନ୍ଦୁଝର ପାଟଣାରେ ଜନସଭା କରିବେ ରାଜନାଥ।
➡️୫-ନିର୍ବାଚନ କମିଶନଙ୍କ ଅଭିନବ ବ୍ୟବସ୍ଥା । ଭୁବନେଶ୍ୱର ମଧ୍ୟ ଆସନରେ ୨୦୦ ସଖୀ ବୁଥ, ବୁଥକୁ ଜଗିବେ ମହିଳା ପୋଲିସ କର୍ମଚାରୀ ।
➡️୬-ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚିଲିକା, ବ୍ରହ୍ମଗିରି, ପିପିଲି, ରଣପୁର ଓ ନୟାଗଡ଼ରେ ନିର୍ବାଚନ ପ୍ରଚାର କରି ସାଂସଦ ପ୍ରାର୍ଥୀ ଶ୍ରୀ ଅରୂପ ପଟ୍ଟନାୟକ ଓ ବିଧାନସଭା ପ୍ରାର୍ଥୀମାନଙ୍କୁ ବିପୁଳ ଭୋଟରେ ଜିତାଇ ନବୀନ ପଟ୍ଟନାୟକଙ୍କୁ ଷଷ୍ଠଥର ପାଇଁ ମୁଖ୍ୟମନ୍ତୀ କରିବାକୁ ଅନୁରୋଧ କଲେ ବିଜେଡି ଷ୍ଟାର ପ୍ରଚାରକ କାର୍ତ୍ତିକ ପାଣ୍ଡିଆନ l
ହୁ
➡️୭-ଓଡ଼ିଶାର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ସରିଲା ପ୍ରଚାର । ୫ ଲୋକସଭା ଓ ୩୫ ବିଧାନସଭା ପାଇଁ ୨୦ ତାରିଖରେ ପଡିବ ଭୋଟ । ୩୦୫ ପ୍ରାର୍ଥୀଙ୍କ ଭବିଷ୍ୟତ ନିର୍ଦ୍ଧାରଣ କରିବେ ୭୯ ଲକ୍ଷ ଭୋଟର l
➡️୮-ଘଷିପୁରାରେ ଶକ୍ତି ଦେଖାଇଲେ ସ୍ୱାଧୀନ ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକ । ୨ଶହ ଅଟୋ, ୫୦୦ ବାଇକ ସହ ୫ ହଜାର ଲୋକଙ୍କୁ ନେଇ କଲେ ରାଲି l
➡️୯-ପଦ୍ମ ଭୂଷଣ ସମ୍ମାନୀତ ବ୍ୟାଙ୍କିଙ୍ଗ ଦିଗ୍ଗଜ ନାରାୟଣନ ଭାଘୁଲଙ୍କ ପରଲୋକ, ICICI ବ୍ୟାଙ୍କର ଥିଲେ ଚେୟାରମ୍ୟାନ୍ l
➡️୧୦-ଆଜି ଆପ୍ର ସବୁ ନେତାଙ୍କୁ ଧରି ବିଜେପି ମୁଖ୍ୟାଳୟ ଯିବେ କେଜ୍ରିୱାଲ, ବିଭବଙ୍କ ଗିରଫ ପରେ ସାମ୍ବାଦିକ ସମ୍ମିଳନୀ କରି କହିଲେ l
➡️୧୧-ବର୍ତ୍ତମାନ ପର୍ୟ୍ୟନ୍ତ ନିର୍ବାଚନ ସମୟରେ ଜବତ ହୋଇଥିବା ଜିନିଷ ସଂଖ୍ୟା ୮୮୮୯ କୋଟିରେ ପହଞ୍ଚିଛି, ସେଥିମଧ୍ୟରୁ ୪୫% ଜବତ ଡ୍ରଗ୍ସ ଏବଂ ନିଶାଦ୍ରବ୍ୟ ଅଟେ।
➡️୧୨-ଆସନ୍ତା ୨୦ରେ ବୌଦ୍ଧଜିଲାରେ ନିର୍ବାଚନ, ମତଦାନ କାର୍ଯ୍ୟ ତୁଲାଇବାକୁ ୩୭୩ ବୁଥରେ ପହଞ୍ଚିଲେ କର୍ମଚାରୀ l
➡️୧୩-ଚାର୍ ଧାମ ମନ୍ଦିର ନିକଟରେ ଭିଡିଓ ଏବଂ ରିଲ୍ ଶୁଟିଂ କରିବା ଉପରେ ରୋକ ଲଗାଇଲେ ଉତ୍ତରାଖଣ୍ଡ ପୋଲିସ l
➡️୧୪-କେରଳର ଆଲାପୁଝା ଜିଲ୍ଲାରେ ବତକରେ ବାର୍ଡ ଫ୍ଲୁ ର ଲକ୍ଷଣ ଚିହ୍ନଟ ପରେ ଉତ୍ତରାଖଣ୍ଡରେ ବାର୍ଡ ଫ୍ଲୁକୁ ନେଇ ଆଲର୍ଟ ହେଲା ଜାରି l
➡️୧୫-ସିଙ୍ଗାପୁରରେ କରୋନା ଭାଇରସର ୨୫,୦୦୦ ନୂଆ ମାମଲାରେ ବଢିଲା ଭୟ, ପୁଣି ଥରେ ମାସ୍କ ପିନ୍ଧିବା ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀ କଲେ ଖାସ ଅପିଲ୍ l
➡️୧୬-ସ୍ୱିଜରଲ୍ୟାଣ୍ଡର ଜର୍ମାଟ୍ ସହରରେ ସମୁଦ୍ର ପତ୍ତନଠାରୁ ୨୨୨୨ ମିଟର ଉଚ୍ଚତାରେ ଥିବା ବରଫାବୃତ ପାହାଡ଼ ଉପରେ ବିବାହ କଲେ ପ୍ରେମୀ ଯୁଗଳ, ଭିଡିଓ ହେଲା ଭାଇରାଲ୍ l
➡️୧୭-ମହାକାଶରେ ଉପଗ୍ରହ ବିସ୍ଫୋରଣ କରିବ ରୁଷ l ଆମେରିକାର ବଢିଲା ଚିନ୍ତା, ବନ୍ଦ ହୋଇଯିବ ଇଣ୍ଟରନେଟ୍ l
➡️୧୮-ଆଫଗାନିସ୍ତାନରେ କମୁନି ପ୍ରକୃତିର ପ୍ରକୋପ, ପ୍ରବଳ ବର୍ଷା ଓ ବନ୍ୟା ଯୋଗୁ ଅତିକମରେ ୫୦ ମୃତ, ଭାସିଗଲା ୨ ହଜାର ଘର l
➡️୧୯-ନିର୍ଣ୍ଣାୟକ ମୁକାବିଲା ଜିତି ପ୍ଲେ ଅଫ୍ରେ ପହଞ୍ଚିଲା ବେଙ୍ଗାଲୁରୁ, ପରାଜୟ ସହ IPL 2024ରୁ ବିଦାୟ ନେଲା ଚେନ୍ନାଇ l
➡️୨୦-ମୁମ୍ବାଇ ଇଣ୍ଡିଆନ୍ସ ନାଁରେ ଯୋଡି ହେଲା ଅଲୋଡା ରେକର୍ଡ, ପରାଜୟ ପରେ ପଏଣ୍ଟ ଟେବୁଲ୍ର ସବୁଠାରୁ ନିମ୍ନରେ ରହିଲା ଟିମ୍ ।
Thankyou for visiting our website 💗
Comments
Post a Comment