ସକାଳର ଖବର, ୨୯-ମଇ-୨୦୨୪, ବୁଧବାର*

      *ସକାଳର ଖବର, ୨୯-ମଇ-୨୦୨୪, ବୁଧବାର*

➡️୧-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଜି ଦିନିକିଆ ଓଡ଼ିଶା ଗସ୍ତ, ବାଲେଶ୍ବର, ବାରିପଦା ଓ କେନ୍ଦ୍ରାପଡ଼ାରେ କରିବେ ନିର୍ବାଚନୀ ପ୍ରଚାର l

➡️୨-୨୦୨୪-୨୫ ଶିକ୍ଷାବର୍ଷଲାଗି ଆଜିଠାରୁ ଆରମ୍ଭ ହେବ B.Ed ଓ M.Ed ପ୍ରବେଶିକା ପରୀକ୍ଷା ନିମନ୍ତେ ଆବେଦନ l ଅପରାହ୍ନ ୨ଟାରୁ www.samsodisha.gov.in ଓ୍ବେବ୍‌ସାଇଟ୍‌ରେ ଆବେଦନଫର୍ମ ହେବ ଉପଲବ୍ଧ । ଛାତ୍ରୀଛାତ୍ରମାନେ ଜୁନ୍‌ ୧୦ ତାରିଖ ରାତି ୧୧ଟା ୪୫ମିନିଟ୍‌ ଭିତରେ ଆବେଦନ କରିପାରିବେ।

➡️୩-ବିଜେପିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିନ୍ଦା: କହିଲେ, କର୍ଣ୍ଣାଟକ, ତେଲେଙ୍ଗାନା, ହିମାଚଳ ପରି ଓଡିଶାରେ ବି ବିଜେପିର ସରକାର ଗଢିବା ଉଦ୍ୟମ ହେବ ବିଫଳ l

➡️୪-ଶ୍ରୀମନ୍ଦିର ହୁଣ୍ଡିରୁ ବାହାରିଲା ୧ କେଜିରୁ ଅଧିକ ସୁନା: ପ୍ରଥମଥର ପାଇଁ ଶ୍ରୀମନ୍ଦିର ହୁଣ୍ଡିରୁ ଏତେ ପରିମାଣର ସୁନା ବାହାରିଥିବା ନେଇ ଆସିଲା ସୂଚନା l ତେବେ କିଏ ସେହି ଭକ୍ତ, ଯିଏ ଏହି ସୁନା ଦାନ କରିଛନ୍ତି, ତାହା ଜଣାପଡ଼ିନାହିଁ । 

➡️୫-ରାଜ୍ୟରେ କିଛି ଦିନର ବ୍ୟବଧାନ ପରେ ପୁଣି ଫେରିଲା ତାତି। ଖାଲି ଯେ ତାତି ନୁହେଁ ଅସ୍ତବ୍ୟସ୍ତ କରିଛି ଗୁଳୁଗୁଳି । ଗତକାଲି ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ୪୪ ଡିଗ୍ରୀ ଛୁଇଁଛି। ଆଉ ୪୫.୯ ଡିଗ୍ରୀ ସହ ବୌଦ୍ଧ ସହର ପାଲଟିଲା ସବୁଠୁ ଉତ୍ତପ୍ତ ।

➡️୬-କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ପଞ୍ଚାୟତରୁ ମାତ୍ର ୫୦ ମିଟର ଦୂର କାଳିଆସାହି ନିକଟରେ ଗତକାଲି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଘରୋଇ ଯାତ୍ରୀବାହୀ ବସ୍‌ ଓଲଟି ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଜଣ ହେଲେ ଗୁରୁତର l ଆହାତ ୨୫ ଜଣ ଫିରିଙ୍ଗିଆ ସ୍ବାସ୍ଥ୍ୟକେନ୍ଦ୍ରରେ ହେଲେ ଭର୍ତ୍ତି l


➡️୭-ନିର୍ବାଚନ କମିଶନ ଦେଲେ ୩ଟି ନିର୍ଦ୍ଦେଶ: ଆଇପିଏସ୍ ଆଶିଷ ସିଂଙ୍କ ସ୍ଵାସ୍ଥ୍ୟ ହେବ ଯାଞ୍ଚ, ଡିଏସ କୁଟ୍ଟେ ହେଲେ ସସପେଣ୍ଡ ଏବଂ ତୁରନ୍ତ ଚିଲିକା ବିଧାୟକ ତଥା ବିଜେପିର ଖୋର୍ଦ୍ଧା ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦେବ ମାମଲାର ହେବ ତ୍ଵରିତ ତଦନ୍ତ l

➡️୮-୨୦୨୩-୨୪ ଆର୍ଥିକ ବର୍ଷରେ ନାଲକୋ କମ୍ପାନୀ ଉତ୍ପାଦନ ଏବଂ ବିକ୍ରୟ କ୍ଷେତ୍ରରେ ସର୍ବକାଳୀନ ରେକର୍ଡ କଲା ହାସଲ l ୧୩,୧୪୯କୋଟି ଟଙ୍କାର ବ୍ୟବସାୟ ସହ ୨୦୬୦କୋଟି ଟଙ୍କାର କଲା ନିଟ୍ ଲାଭ।

➡️୯-ରଣଜିତ ସିଂହ ହତ୍ୟା ମାମଲାରେ ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମିତ ରାମ ରହିମ ହେଲେ ଦୋଷମୁକ୍ତ l ପଞ୍ଜାବ-ହରିୟାଣା ହାଇକୋର୍ଟ ଉକ୍ତ ହତ୍ୟା ମାମଲାରେ ରାମ ରହିମଙ୍କ ସମେତ ୪ଜଣଙ୍କୁ କଲେ ନିର୍ଦ୍ଦୋଷରେ ଖଲାସ । 

➡️୧୦-୩ଟି ନୂଆ ବ୍ୟବସ୍ଥାର ଶୁଭାରମ୍ଭ କଲା RBI: ଲଞ୍ଚ ହେଲା ‘PRAVAAH’ ପୋର୍ଟାଲ, ରିଟେଲ ଡାଇରେକ୍ଟ ମୋବାଇଲ ଆପ୍ ଓ ଫିନଟେକ ରିପୋଜିଟୋରୀ l

➡️୧୧-ପୂର୍ବୋତ୍ତର ରାଜ୍ୟରେ ତାଣ୍ଡବ ରଚିଲା ବତ୍ୟା ରେମଲ, ମିଜୋରାମ, ଆସାମ, ମେଘାଳୟ ଏବଂ ନାଗାଲାଣ୍ଡରେ ୨୨ ଜଣଙ୍କ ହେଲା ମୃତ୍ୟୁ । ମିଜୋରାମର ଆଇଜୋଲ ଜିଲ୍ଲାରେ ପଥର ଖାଦନରେ ଫସି ୧୨ ଜଣଙ୍କ ମତ୍ୟୁ ହୋଇଥିବା ବେଳେ ଅନ୍ୟମାନେ ଏବେବି ନିଖୋଜ ଅଛନ୍ତି ।

➡️୧୨-କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ବିଜେପିର ‘୪୦୦ ପାର୍‌’ ଦାବିକୁ ବୃଥା ଆସ୍ଫାଳନ ଓ ଫମ୍ପା ବୋଲି କହି କଲେ ଖଣ୍ଡନ l କହିଲେ ବିଜେପି ଲୋକସଭା ନିର୍ବାଚନରେ ୨୦୦ ଆସନ ବି ଟପିବନି l

➡️୧୩-ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସୁପ୍ରିମ କୋର୍ଟ ରୁ ଲାଗିଲା ଝଟକା । ଅନ୍ତରୀଣ ଜାମିନ ଆବେଦନର ତୁରନ୍ତ ଶୁଣାଣି କରିବାକୁ ମନା କଲେ ସୁପ୍ରିମକୋର୍ଟ l

➡️୧୪-ଉତ୍ତରଭାରତରେ ଭୀଷଣ ଗ୍ରୀଷ୍ମ ପ୍ରବାହ ଯୋଗୁଁ ରାଜସ୍ତାନର କୋଚିଂ ସହର କୋଟାରେ ଅପ୍ରତ୍ୟାଶିତ ଭାବେ ଗତ ୪୮ ଘଣ୍ଟାରେ ରାସ୍ତା କଡ଼ରୁ ୨୧ ଜଣଙ୍କର ମୃତଦେହ ମିଳିଲାଣି l କୋଟାରେ ଗତକାଲି ସର୍ବୋଚ୍ଚ ତାପମାତ୍ରା ୪୮.୨ ଡିଗ୍ରୀ ସେଲସିୟସ ହେଲା ରେକର୍ଡ । 

➡️୧୫-ବିଟ୍ରେନର ବରିଷ୍ଠ ବୈଜ୍ଞାନିକ ସାର ପାଟ୍ରିକ ଭାଲାନ୍ସଙ୍କ ବଡ ଦାବି: ଖୁବ ଶୀଘ୍ର ବିଶ୍ୱ ଦେଖିପାରେ ଆଉ ଏକ ମହାମାରୀ l

➡️୧୬-କ୍ଷମତାକୁ ଆସିଲେ ଆମେରିକାରୁ ବିଦା କରିବୁ, ଫିଲିସ୍ତୀନ ସମର୍ଥକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦେଲେ ପ୍ରତିଶ୍ରୁତ l

➡️୧୭-ଭାରତ ସହ ୧୯୯୯ ଲାହୋର ଶାନ୍ତି ଚୁକ୍ତିକୁ ଉଲ୍ଲଂଘନ କରିଛି ପାକିସ୍ତାନ, ବାଜପେୟୀଙ୍କ କଥାକୁ ମନେ ପକାଇ ସତ ମାନିଲେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ l

➡️୧୮-ଜୁନ ୨ରୁ ଆରମ୍ଭ ହେବାକୁ ଯାଉଛି ଟି-୨୦ ବିଶ୍ଵକପ୍। ଟୁର୍ଣ୍ଣାମେଣ୍ଟର ନବମ ସଂସ୍କରଣ ଓ୍ଵେଷ୍ଟଇଣ୍ଡିଜ ଓ ଆମେରିକାରେ ଖେଳାଯିବ l ଭାରତର ମହାନ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ଅନୁଯାୟୀ ଭାରତ, ଇଂଲଣ୍ଡ, ଅଷ୍ଟ୍ରେଲିଆ ଓ ଓ୍ଵେଷ୍ଟଇଣ୍ଡିଜ ସେମି ଫାଇନାଲ୍‌ରେ ପ୍ରବେଶ କରିବାରେ ସଫଳ ହେବେ। 

➡️୧୯-ଚେନ୍ନଇ ସ୍ଥିତ ଜେ ପି ଆର ବିଶ୍ୱବିଦ୍ୟାଳୟ ଠାରେ ଚଳିତ ମାସ ୩୧ ତାରିଖ ଠାରୁ ଜୁନ୍ ୩ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଅଲ୍ ଇଣ୍ଡିଆ ଇଣ୍ଟର ୟୁନିଭରସିଟି ପ୍ରତିଯୋଗିତାରେ ଭାଗ ନେବାକୁ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ବଲ ବ୍ୟାଡମିଣ୍ଟନ ପୁରୁଷ ଦଳ କଲେ ଚେନ୍ନାଇ ଗସ୍ତ l

➡️୨୦-ଭାରତୀୟ ଦଳର ହେଡ୍ କୋଚ୍ ହେବେ ଗମ୍ଭୀର ! ବିସିସିଆଇ ସହ ହୋଇ ସାରିଛି ମିଟିଂ- ରିପୋର୍ଟରେ ହେଲା ଦାବି l

Comments