ସକାଳର ଖବର, ୦୬-ଜୁନ-୨୦୨୪, ଗୁରୁବାର*
➡️୧-ଆଜି ପବିତ୍ର ସାବିତ୍ରୀ ବ୍ରତ, ସ୍ବାମୀଙ୍କ ଦୀର୍ଘ ଆୟୁଷ କାମନା କରି ବ୍ରତ ରଖିବେ ସ୍ତ୍ରୀ । ସଧବାର ସମ୍ପତ୍ତି ଶଙ୍ଖା, ସିନ୍ଦୁରକୁ ବଜର ରଖିବା ପାଇଁ ମାନସିକ କରି ବ୍ରତ ପାଳିବେ ପତ୍ନୀ ।
➡️୨-କ୍ୟାବିନେଟ୍ ସୁପାରିଶ ଆଧାରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭଙ୍ଗ କଲେ ସପ୍ତଦଶ ଲୋକସଭା l ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ତ୍ରୀ ପରିଷଦ ସହିତ ରାଷ୍ଟ୍ରପତିଙ୍କୁ ଦେଲେ ଇସ୍ତଫା ପତ୍ର l
➡️୩-ଭଙ୍ଗ ହେଲା ଲୋକସଭା l ବିଦାୟୀ ମନ୍ତ୍ରିମଣ୍ତଳଙ୍କୁ ରାଷ୍ଟ୍ରପତି ଭବନରେ ରାତ୍ରିଭୋଜନ ଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ l
➡️୪-ଦଳର ଦ୍ବିତୀୟ କ୍ଷମତାକେନ୍ଦ୍ର ଭି କେ ପାଣ୍ଡିଆନଙ୍କ ବିନା ନବୀନ ନିବାସରେ ବିଜେଡିର ବିଧାୟକମାନେ ହେଲେ ଏକାଠି l ପରସ୍ପର ଭିତରେ ଘଣ୍ଟାଏ କଲେ ଆଲୋଚନା । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ସେମାନଙ୍କ ସହ ସିଧାସଳଖ ହେଲେ କଥା l
➡️୫-ଜୁନ ୭ରେ ରାଷ୍ଟ୍ରପତିଙ୍କୁ ଭେଟିବେ ସମସ୍ତ ଏନଡିଏ ନେତା, ସମର୍ଥନ ପତ୍ର ସହ ସରକାର ଗଠନ ପାଇଁ କରିବେ ଦାବି l ରାଷ୍ଟ୍ରପତିଙ୍କ ତରଫରୁ ଏହି ନେତାମାନଙ୍କୁ ଜୁନ୍ ୭ ତାରିଖ ସନ୍ଧ୍ୟା ୫ଟାରୁ ୭ଟା ପର୍ଯ୍ୟନ୍ତ ସମୟ ଦିଆଯାଇଛି।
➡️୬-ଧର୍ମଶାଳାର ବିଜୟୀ ସ୍ୱାଧୀନ ପ୍ରାର୍ଥୀ ହିମାଂଶୁ ଶେଖର ସାହୁ ବିଜେପିରେ ହେଲେ ସାମିଲ l ଏହାଫଳରେ ବିଜେପିର ବିଧାୟକଙ୍କ ସଂଖ୍ୟା ୭୯କୁ ବୃଦ୍ଧି ପାଇଛି।
➡️୭-ଆସିଲା ରାଜ୍ୟର ହାତୀ ଗଣନା ରିପୋର୍ଟ କାର୍ଡ । ୭ ବର୍ଷରେ ରାଜ୍ୟରେ ହାତୀ ସଂଖ୍ୟା ୧୨୨କୁ ହୋଇଛି ବୃଦ୍ଧି । ବର୍ତ୍ତମାନ ରାଜ୍ୟର ୩୮ ବନଖଣ୍ଡରେ ଅଛନ୍ତି ୨୦ ୯୮ଟି ହାତୀ ।
➡️୮-ରାଜ୍ୟରେ ଖୁବଶୀଘ୍ର ଲାଗୁ ହେବ ଆୟୁଷ୍ମାନ ଯୋଜନା। ଏନେଇ ସୂଚନା ଦେଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ବିଜେପି ସରକାର ଶପଥ ନେବା ପରେ ଆୟୁଷ୍ମାନ ଯୋଜନାକୁ ଲାଗୁ କରାଯିବ।
➡️୯-ଚିତ୍ରକୋଣ୍ଡାର ନବ ନିର୍ବାଚିତ କଂଗ୍ରେସ ବିଧାୟକ ମଙ୍ଗୁ ଖିଲ ସାପ କାମୁଡ଼ାରେ ହେଲେ ଅସୁସ୍ଥ, କୁଡୁମୁଲଗୁମା ମେଡିକାଲ୍ରେ ହେଲେ ଭର୍ତ୍ତି l
➡️୧୦-ଜୁନ୍ ୧୦ରେ ରିଲିଜ୍ ହେବ ପ୍ରଭାସଙ୍କ ଫିଲ୍ମ କଲକି ୨୮୯୮ଏଡିର ଟ୍ରେଲର l ପୋଷ୍ଟର ସେୟାର କରି ନିର୍ମାତା ଲେଖିଲେ - ‘ନୂଆ ଦୁନିଆ ଅପେକ୍ଷା କରିଛି।
➡️୧୧-ଅଧାରେ ରହିଗଲା ବିରଳ ରେକର୍ଡ: ଆଉ ମାତ୍ର ୭୪ ଦିନ ପୂରଣ କରିଥିଲେ ଦେଶରେ ସର୍ବାଧିକ ସମୟ ମୁଖ୍ୟମନ୍ତ୍ରୀ ହେବାର ସୌଭାଗ୍ୟ ଲାଭ କରିଥାନ୍ତେ ନବୀନ l
➡️୧୨-ମାସ ଆରମ୍ଭରୁ ଖାଉଟିଙ୍କୁ ଲାଗିଲା ଝଟ୍କା । ମହଙ୍ଗା ହେଲା ଅମୂଲ କ୍ଷୀର । ଗୁଜୁରାଟ କୋଅପରେଟିଭ ମିଲ୍କ ମାର୍କେଟିଂ ଫେଡେରେଶନ ସାରା ଦେଶରେ ଅମୂଲ କ୍ଷୀରର ମୂଲ୍ୟ ଲିଟର ପିଛି ୨ ଟଙ୍କା କଲା ବୃଦ୍ଧି l
➡️୧୩-ଖଡ଼ଗେଙ୍କ ଘରେ ଇଣ୍ଡିମେଂଟର ବସିଲା ଗୁରୁତ୍ୱପୂର୍ଣ୍ଣ ବୈଠକ । ଏନଡିକୁ ରୋକିବାକୁ ବିରୋଧୀଙ୍କ କସରତ, ଜେଡିୟୁ, ଟିଡିପିକୁ ମନାଇପାଇଁ ପ୍ରୟାସ କଲେ ଜାରି l
➡️୧୪-ଉତ୍ତରକାଶୀ ଟେହରୀ ବର୍ଡରର ୧୫ ହଜାର ଫୁଟ ଉଚ୍ଚତାରେ ଥିବା ଶହସ୍ରତାଲ ଟ୍ରାକରେ ଘଟିଲା ଏକ ବଡ଼ ଧରଣର ଦୁର୍ଘଟଣା । ଏଥିରେ ୫ ଜଣଙ୍କ ମୃତ୍ୟୁ ହୋଇଛି। ମୃତକମାନେ ପର୍ବତାରୋହୀ ଥିଲେ ଓ ସେମାନଙ୍କ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି।
➡️୧୫-ବିଶ୍ୱ ରେକର୍ଡ କଲା ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ l ଗୋଟିଏ ଦିନରେ ହେଲା ୧,୯୭୧ କୋଟିର କାରବାର l
➡️୧୬-୧ ଲକ୍ଷ ଟଙ୍କାର ଗ୍ୟାରେଣ୍ଟି କାର୍ଡ ପ୍ରତିଶ୍ରୁତି ନେଇ ୟୁପି କଂଗ୍ରେସ ଅଫିସ ଆଗରେ ମୁସ୍ଲିମ ମହିଳାଙ୍କ ଲାଗିଲା ଲମ୍ବାଧାଡ଼ି l ଭୋଟ ପୂର୍ବରୁ କଂଗ୍ରେସ ପ୍ରତି ଗରିବ ପରିବାରରେ ମହିଳା ମୁଖ୍ୟଙ୍କୁ ୧ ଲକ୍ଷ ଟଙ୍କାର ଗ୍ୟାରେଣ୍ଟି କାର୍ଡ ପ୍ରଦାନ କରିବ ବୋଲି କହିଥିଲା।
➡️୧୭-ଦକ୍ଷିଣ ଆମେରିକାରେ UPI ପ୍ରଣାଳୀ ଗ୍ରହଣ କରିବାରେ ପେରୁ ହେଲା ପ୍ରଥମ ଦେଶ, NIPL କଲେ ସହଯୋଗ l
➡️୧୮-T-20 ବିଶ୍ୱକପ୍ରେ ଭାରତର ସହଜ ବିଜୟ l ଆୟର୍ଲାଣ୍ଡକୁ ୮ ୱିକେଟରେ ହରାଇ ବିଜୟ ଅଭିଯାନ ଆରମ୍ଭ କଲା ଭାରତ l
➡️୧୯-ପୁଣି ବିବାଦରେ ପିସିବି: ରାତ୍ରି ଭୋଜନ ନାଁରେ ଚାନ୍ଦା ଆଦାୟ କଲା l ଏଥିରେ ସାମିଲ ହେବା ଲାଗି ୨୫ ଡଲାର (ପାଖାପାଖି ୨୦୮୫ଟଙ୍କା)ର ପ୍ରବେଶିକା ଦେୟ ରହିଥିଲା। ଯାହାର ବିଡ଼ିଓ ଏବେ ବେଶ ଭାଇରଲ ହେଉଛି l
➡️୨୦-ଭାରତୀୟ ଫୁଟ୍ବଲ୍ର କିଂବଦନ୍ତି ସୁନୀଲ ଛେତ୍ରୀ ଆଜି ଖେଳିବେ ନିଜର ଶେଷ ଅନ୍ତର୍ଜାତୀୟ ମ୍ୟାଚ୍। କୋଲ୍କାତାସ୍ଥିତ ସଲ୍ଟଲେକ୍ ଷ୍ଟାଡିୟମ୍ରେ ଫିଫା ବିଶ୍ବକପ୍ କ୍ବାଲିଫାୟର୍ସ ରାଉଣ୍ଡ-୨ର ଏକ ମ୍ୟାଚ୍ରେ ଭାରତ ଭେଟିବ କୁଏତକୁ l
Comments
Post a Comment