ସକାଳର ଖବର, ୧୬-ଜୁନ-୨୦୨୪, ରବିବାର*

          ସକାଳର ଖବର, ୧୬-ଜୁନ-୨୦୨୪, ରବିବାର*




➡️୧-ଆଜି ଶେଷ ରଜ, ସବୁଠି ମହାଆଡମ୍ବରରେ ହେଉଛି ଉତ୍ସବ । ଗାଁଠୁ ରାଜଧାନୀ ପର୍ଯ୍ୟନ୍ତ ଚାଲିଛି ରଜ ମଉଜ। କୂଆଁରିଙ୍କ ମନରେ ଅସୁମାରି ଆନନ୍ଦ ଉଲ୍ଲାସ ।

➡️୨-ଆସନ୍ତା ୧୮ ତାରିଖରୁ ଖୋଲିବ ରାଜ୍ୟର ସମସ୍ତ ସ୍କୁଲ l ଖୋଲିବାର ପ୍ରଥମ ଦିନରୁ ହିଁ ଛାତ୍ରଛାତ୍ରୀ ମାନଙ୍କୁ ମିଳିବ ମଧ୍ୟାହ୍ନ ଭୋଜନ l

➡️୩-ତିନିଦିନ ସରକାରୀ ରଜଛୁଟି ଯୋଗୁଁ ଶ୍ରୀଜୀଉଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ଲାଗିଲା ଭକ୍ତଙ୍କ ପ୍ରବଳ ଭିଡ଼ l ଚାରିଦ୍ୱାର ସମ୍ମୁଖରେ ଶ୍ରଦ୍ଧାଳୁଙ୍କ ଲାଗିଲା ଲମ୍ବା ଧାଡ଼ି ।

➡️୪-ମୋହନ ସରକାରରେ ମନ୍ତ୍ରୀଙ୍କୁ ମିଳିଲା ବିଭାଗ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପାଖରେ ରହିଲା ଗୃହ, ଅର୍ଥ, ଜଳସମ୍ପଦ । ୨ ଉପ-ମୁଖ୍ୟମନ୍ତ୍ରୀଙ୍କୁ ମିଳିଲା ବଡ଼ ବିଭାଗ । 

➡️୫-ଅର୍ଦ୍ଧ ଚକ୍ରାସନ କିମ୍ବା ଅର୍ଦ୍ଧ ଚକ୍ର ସ୍ଥିତି ଉପରେ ଏକ ଭିଡିଓ କ୍ଲିପ ଶେୟାର କରିବା ସହ ଉତ୍ତମ ହୃଦୟ ଏବଂ ରକ୍ତ ପ୍ରବାହରେ ଉନ୍ନତି ଆଣିବା ପାଇଁ ଏହି ସ୍ଥିତିର ଅଭ୍ୟାସ କରିବାକୁ ଜନସାଧାରଣଙ୍କୁ ଅନୁରୋଧ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ l

➡️୬-ରାଜ୍ୟ ପୋଲିସ ମୁଖିଆଙ୍କୁ ନୂଆ ମୁଖ୍ୟମନ୍ତ୍ରୀ ଦେଲେ ନିର୍ଦ୍ଦେଶ, ଥାନାକୁ ଆସୁଥିବା ଅଭିଯୋଗକାରୀ ଯେପରି ହଇରାଣ ନ ହୁଅନ୍ତି ସେଥିପ୍ରତି ଦୃଷ୍ଟି ଦିଅନ୍ତୁ । ପୋଲିସ ଲୋକଙ୍କୁ ଉତ୍ତମ ବ୍ୟବହାର କରୁ । ଲୋକଙ୍କୁ ଗୁଣାତ୍ମକ ସେବା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେବା ସହ ରାଜ୍ୟର ଆଇନ ଶୃଙ୍ଖଳା ବ୍ୟବସ୍ଥାର କଲେ ସମୀକ୍ଷା l

➡️୭-ଖୁବଶୀଘ୍ର ଡିଜିଟାଲ ଇଣ୍ଡିଆ ବିଲ୍ ଆଣିବେ ମୋଦୀ ସରକାର l ଏଣିକି ଆଉ ଡିପ୍‌ଫେକ୍ ଭିଡିଓ କରୁଥିବା ବ୍ୟକ୍ତିଙ୍କୁ ନିସ୍ତାର ନାହିଁ l ଆଗାମୀ ଲୋକସଭା ଅଧିବେଶନରେ ଡିପଫେକ୍ ବ୍ୟତୀତ, ୟୁଟ୍ୟୁବ୍, ଫେସବୁକ୍ ଏବଂ ଅନ୍ୟ ଭିଡିଓ ପ୍ଲାଟଫର୍ମକୁ ନିୟନ୍ତ୍ରିତ କରିବା ପାଇଁ ଆଇନ ଅଣାଯାଇପାରେ ।

➡️୮-ଝାରସୁଗୁଡା ବିଧାନସଭା ପାଇଁ ଇଭିଏମ ତ୍ରୁଟି ଉପରେ ଅଭିଯୋଗ କଲେ ଦୀପାଳି ଦାସ l ଭୋଟ ପୁନଃଗଣତି ପାଇଁ ଧାର୍ଯ୍ୟ ଫି କଲେ ଦାଖଲ l 

➡️୯-ଓଡ଼ିଶାର ପୂର୍ବତନ ରାଜ୍ୟପାଳ ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେଙ୍କ ପରଲୋକ । ୯୫ ବର୍ଷରେ ଆଖି ବୁଜିଲେ ବର୍ଷିୟାନ ରାଜନେତା ଓ ପ୍ରଶାସକ ।

➡️୧୦-ଚଳିତ ବର୍ଷ ଦିୱାଲୀରେ ସିନେମାଘରକୁ ଆସିବ ସିଂଘମ୍‌ ଫ୍ରାଞ୍ଚାଇଜିର ୩ୟ ଫିଲ୍ମ ‘ସିଂଘମ୍‌ ଏଗେନ୍‌’ । ଫିଲ୍ମ ନିର୍ମାତା ରୋହିତ ଶେଟ୍ଟୀ କଲେ ଘୋଷଣା । ଏହି ଦିନ ଫିଲ୍ମ ‘ଭୁଲ୍‌ ଭୁଲୈୟା’ ମଧ୍ୟ ରିଲିଜ୍‌ ହେବ । ତେଣୁ ଉଭୟଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିବ । 


➡️୧୧-୨ୟ ରଜରେ ନନ୍ଦନକାନନ ବୁଲିଲେ ରେକର୍ଡ ସଂଖ୍ୟକ ପର୍ଯ୍ୟଟକ l ପହିଲି ରଜରେ ୧୭୪୪୬ଜଣ ପର୍ଯ୍ୟଟକ ବୁଲିବାକୁ ଆସିଥିବା ବେଳେ ୨ୟ ରଜ ରେ ୨୮୫୨୦ ଜଣ ପର୍ଯ୍ୟଟକ ବୁଲିବାକୁ ଆସିଛନ୍ତି ।

➡️୧୨-ହଠାତ୍ ଅସୁସ୍ଥତା ହେତୁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଡାକ୍ତରଖାନାରେ ହେଲେ ଭର୍ତ୍ତି l ହାତରେ ଯନ୍ତ୍ରଣା ହେବାରୁ ମେଦାନ୍ତର ଅସ୍ତିଶଲ୍ୟ ବିଭାଗରେ ଚିକିତ୍ସିତ ହେଉଛନ୍ତି।

➡️୧୩-ଉତ୍ତରାଖଣ୍ଡ ରୁଦ୍ରପ୍ରୟାଗରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୧୪କୁ ହେଲା ବୃଦ୍ଧି । ମୃତକଙ୍କ ପରିବାରକୁ ୨ଲକ୍ଷ ଓ ଆହତଙ୍କୁ ୫୦ ହଜାର ଲେଖାଁଏ ସହାୟତା ରାଶି ଘୋଷଣା କଲେ କେନ୍ଦ୍ର ସରକାର ।

➡️୧୪-ୟୁପିର ସାହାରନପୁରରେ ବେଆଇନ ଖଣି ଖନନ ମାମଲାରେ ପୂର୍ବତନ ବିଏସପି ଏମଏଲସି ମହମ୍ମଦ ଇକବାଲଙ୍କ ୪୪୪୦ କୋଟିର ସମ୍ପତ୍ତି ଜବତ କଲା ଇଡି । 

➡️୧୫-ମଣିଷ ପାଇଁ ଆସିଲା ନୂଆ ବିପଦ: ଜାପାନରେ ମାଂସ ଖାଉଥିବା ବ୍ୟାକ୍ଟେରିଆ ଖୁବ ଦ୍ରୁତ ଗତିରେ ବ୍ୟାପୁଛି, ରିପୋର୍ଟ ଅନୁଯାୟୀ ମାତ୍ର ୨ ଦିନରେ ଜଣେ ବ୍ୟକ୍ତିଙ୍କ ଜୀବନ ନେଇଥାଏ l

➡️୧୬-କର୍କଟ ରୋଗରେ ଆକ୍ରାନ୍ତ ହେବା ଜଣାପଡ଼ିବା ପରେ ୱେଲ୍ସର ରାଜକୁମାରୀ କେଟ୍ ମିଡଲଟନ୍ ପ୍ରଥମ ଥର ପାଇଁ ଆସିଲେ ଲୋକଲୋଚନକୁ l ସେ କର୍କଟ ରୋଗ ପାଇଁ ଚିକିତ୍ସିତ ହେଉଛନ୍ତି l

➡️୧୭-ଟି-୨୦ ବିଶ୍ଵକପ୍ ୨୦୨୪ରେ ଗତକାଲି ବର୍ଷା ଯୋଗୁଁ ପଡ଼ିଆ ଖେଳିବା ଉପଯୋଗୀ ନ ହେବାରୁ ଭାରତ-କାନାଡ଼ା ମ୍ୟାଚ୍ ହେଲା ବାତିଲ, ଏବେ ସୁପର-୮ରେ ନିଜର ଦମ ଦେଖାଇବ ରୋହିତ ବାହିନୀ l

➡️୧୮-ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ଲିଗ୍ ପର୍ଯ୍ୟାୟରୁ ବିଦାୟ ପରେ ପାକିସ୍ତାନରୁ ଆସିଲା ତୀବ୍ର ପ୍ରତିକ୍ରିୟା l ରାଗରେ ଜଳୁଛନ୍ତି ପ୍ରଶଂସକ, ଘରକୁ ନଫେରିବାକୁ ଆସିଲା ଧମକ l

➡️୧୯-କ୍ରିକେଟ୍ ଖେଳିବାକୁ ଇଣ୍ଡିଆ ଆସିବ ଆମେରିକା, ଆସନ୍ତା ୨୦୨୬ରେ ଭାରତ ଓ ଶ୍ରୀଲଙ୍କାରେ ହେବାକୁ ଥିବା ଟି-୨୦ ବିଶ୍ବକପ ପାଇଁ କଲା କ୍ବାଲିଫାଏ l

➡️୨୦-ୟୁଇଏଫଏ ୟୁରୋ ଚାମ୍ପିଅନ୍‌ସିପ୍‌ରେ ଆୟୋଜକ ଜର୍ମାନୀର ହେଲା ଚିତ୍ତାକର୍ଷକ ବିଜୟ l ଏହି ମୁକାବିଲାରେ ଜର୍ମାନୀ ୫-୧ ଗୋଲ୍‌ରେ ସ୍କଟଲାଣ୍ଡକୁ କଲା ପରାସ୍ତ । 



Comments