ଖବର ଆଜିର ତାରିଖ ୧୮/୦୬/୨୦୨୪ ମଙ୍ଗଳବାର ।।

                     ଖବର ଆଜିର

      ତାରିଖ ୧୮/୦୬/୨୦୨୪ ମଙ୍ଗଳବାର ।।



➡️ ପଶ୍ଚିମବଙ୍ଗର ନିୟୁ ଜଲପାଇଗୁଡିରେ ଦୁର୍ଘଟଣାରେ ୧୫ ଜଣଙ୍କର ମୃତ୍ୟୁ ହୋଇଛି । ୨୫ ରୁ ଅଧିକ ଆହତ ହୋଇଛନ୍ତି । ମାଲବାହୀ ଟ୍ରେନ୍ ପଛରୁ କଞ୍ଚନଜୁଙ୍ଗା ଏକ୍ସପ୍ରେସକୁ ଧକ୍କା ଦେଇଥିଲା । ବର୍ତ୍ତମାନ ଏହି ଦୁର୍ଘଟଣାର ପ୍ରକୃତ କାରଣ ସାମ୍ନାକୁ ଆସିଛି । ମାନବୀୟ ତ୍ରୁଟିରୁ ଦୁର୍ଘଟଣା ଘଟିଥିବା ଜଣାପଡିଛି । 


➡️ ଜିଲ୍ଲାପାଳମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ, ପାଗ ଦେଖି ସ୍କୁଲ ଛୁଟି ନିଷ୍ପତ୍ତି ନିଅ ।


➡️ ପଛରେ ପଡ଼ିଲା ଚୀନ୍‌, ଭାରତରୁ ସବୁଠୁ ଅଧିକ ରପ୍ତାନୀ ହୋଇଥିବା ଦେଶଙ୍କ ମଧ୍ୟରେ ଚାରି ନମ୍ବର ସ୍ଥାନକୁ ଆସିଲା ବ୍ରିଟେନ୍ ।


➡️ ରାଜ୍ୟରେ ବିଜେପି ସରକାର ଆସିବା ପରେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଦୁଇଜଣ ନୂଆ ଅଫିସରଙ୍କୁ ଅବସ୍ଥାପିତ କରାଯାଇଛି । ତ୍ରିଲୋଚନ ମହାନ୍ତିଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଯୁଗ୍ମ ସଚିବ ଭାବେ ନିଯୁକ୍ତ କରାଯାଇଛି।


➡️ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ୱାୟନାଡ ଆସନ ଛାଡ଼ି ରାୟବରେଲିରୁ ସାଂସଦ ରହିବା ପାଇଁ ଘୋଷଣା କରିଛନ୍ତି । ଏହାସହ ତାଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଏବେ ୱାୟନାଡରୁ ଉପନିର୍ବାଚନ ଲଢିବେ ବୋଲି ଘୋଷଣା ସରିଛି । ଏହାରି ଭିତରେ ବିଜେପି ବିରୋଧୀ କଂଗ୍ରେସ ଉପରେ ବିଶ୍ୱାସଘାତକ ଅଭିଯୋଗ ଆଣିବା ସହ ଏହାକୁ ପାରିବାରିକ କମ୍ପାନି ବୋଲି କହିଛି ।

➡️ ଇଭିଏମ୍‌ ହ୍ୟାକ୍ କରିବାକୁ ଏଲନ ମସ୍କଙ୍କୁ ସୁଯୋଗ ଦିଆଯାଉ: ଇସିଆଇଙ୍କୁ ଅନୁରୋଧ କଲେ ବିଜେପି ନେତ୍ରୀ ପୁରନ୍ଦେଶ୍ୱରୀ ।



➡️ ହ୍ୟୁଣ୍ଡାଇ ମୋଟର ଇଣ୍ଡିଆ ଦେଶର ସବୁଠାରୁ ବଡ଼ ଆଇପିଓ ଆଣିବାକୁ ଯାଉଛି । ଏହି ଆଇପିଓ ପ୍ରାୟ ୨୫,୦୦୦ କୋଟି ଟଙ୍କାର ହେବ । ଆଇପିଓ ପାଇଁ ହ୍ୟୁଣ୍ଡାଇ ମୋଟର ଇଣ୍ଡିଆ ବଜାର ନିୟାମକ ସେବି ପାଖରେ DRHP ମଧ୍ୟ ଦାଖଲ କରିଛି ।


➡️ ମୋର ରାଜନୀତିରେ ପୁନଃ ପ୍ରବେଶ ଆରମ୍ଭ ହୋଇଗଲା, ୨୦୨୬ରେ ଆମେ ବିଶାଳ ବିଜୟ ହାସଲ କରିବୁ: ଶଶିକଳା ।


➡️ ଭାରତ ସହ ଶ୍ରୀଲଙ୍କାକୁ ଯୋଡ଼ିବା ପାଇଁ ନିର୍ମାଣ ହେବ ପୋଲ, ଶେଷ ପର୍ଯ୍ୟାୟରେ ଜମି ସର୍ଭେ ପ୍ରକ୍ରିୟା। 


➡️ ମଣିପୁର ସୁରକ୍ଷା ସମୀକ୍ଷା ବୈଠକ ପରେ ଗୃହମନ୍ତ୍ରୀଙ୍କ ବଡ଼ ବୟାନ: ମୈତେଇ ଓ କୁକୀ ସହ ଆଲୋଚନା କରିବେ କେନ୍ଦ୍ର ସରକାର ।


➡️ ଏନ୍‌ସିଆର୍‌ଟି ମୁଖ୍ୟଙ୍କୁ ପାଲଶିକର ଓ ଯୋଗେନ୍ଦ୍ର ଯାଦବଙ୍କ ଚିଠି: ବହିରୁ ଆମ ନାଁ ହଟାଅ ନ ହେଲେ କେସ୍ କରିବୁ ।


➡️ ମହାମନୀଷୀଙ୍କୁ ମନେପକାଇଲେ ମୁଖ୍ୟମନ୍ତ୍ରୀ: ଓଡ଼ିଆ ଅସ୍ମିତା ଓ ସ୍ବାଭିମାନର ସୁରକ୍ଷା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ।


➡️ ନବନିର୍ବାଚିତ ବିଧାୟକମାନେ ଆଜି ଶପଥ ନେବେ: ୨୦ରେ ବାଚସ୍ପତି ନିର୍ବାଚନ ।


ସୁପ୍ରଭାତ ,ଶୁଭ ସକାଳ ।

Comments